କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ

କଟକ,୩/୨: ଆଜି ନୂଆପଡ଼ା ଜିଲ୍ଲାର କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କର କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ନିକଟରେ ୬କୋଟି ୭୩ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି। ତାଙ୍କର ଥିବା ୪ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲାର କଲ୍ୟାଣ ମଣ୍ତପ, ଗୁରୁଡ଼ିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିବା ବେଳେ ସେଠାରେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ଏହି ଚଢ଼ାଉରେ ୬ ଜଣ ଡିଏସପିଙ୍କ ସହ ୧୨ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି ।