ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୨୦/୧୧: ବିଧାନସଭାରେ ହୋହଲ୍ଲା ମଧ୍ୟରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ । ୧୧ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ବ୍ୟୟ ବରାଦ କରାଯାଇଛି। ଗୃହରେ ଉପସ୍ଥାପନ ହୋଇଛି ୫ଟି ବିଲ୍‌। ଏହାସହ ଆସନ୍ତା କାଲି ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି। ଅନ୍ୟପଟେ ବିଜ୍‌ନେସ ଆଡଭାଇଜରି କମିଟି ବୈଠକ ଡାକିଲେ ବାଚସ୍ପତି।