ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨/୨: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ଥିବାରୁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ଯାହାଦ୍ୱାରା ପିଲାଙ୍କ ଭବିଷ୍ୟତ ଉପରେ ବେଶ ପ୍ରଭାବ ପକାଇଛି । ତେଣୁ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାର ଆଜି ବିଚାର କରି ହାଇକୋର୍ଟ ଶୁଣାଇଛନ୍ତି । ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ ।

ସୂଚନାଯୋଗ୍ୟ ଯେ ଏବେ ରାଜ୍ୟରେ ସଂକ୍ରମଣ ହାର କମିଛି । ତେଣୁ କଟକଣା କୋହଳ କରୁଛନ୍ତି ସରକାର । ବଜାର ଠାରୁ ଆରମ୍ଭ କରି ସପିଂ ମଲ ସହ ସିନେମା ହଲ୍ ମଧ୍ୟ ଖୋଲାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୋୖଣସି ନିଷ୍ପତ୍ତି ହୋଇନି । ଦୁଇ ବର୍ଷ ହେଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲକୁ ଯାଇନାହାନ୍ତି । ତେବେ କେବେ ସ୍କୁଲ ଖୋଲିବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।