ବିନା ଦର୍ଶକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ନୂଆଦିଲ୍ଲୀ,୧/୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦ ଟଳିନି । ଏହାରିମଧ୍ୟରେ ଆସନ୍ତା ଫେବୃଆରୀ ୬ରୁ ୧୧ ତାରିଖ ଯାଏଁ ଗୁଜୁରାଟରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଖେଳାଯିବ । ଏହାକୁ ନେଇ ଏକ ବଡ ଘୋଷଣା ହୋଇଛି । ଗୁଜୁରାଟରେ ହେବାକୁ ଥିବା ଏହି ଦିନିକିଆ ସିରିଜ ବିନା ଦର୍ଶକରେ ଖେଳାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ନେଇଛି ଗୁଜୁରାଟ କ୍ରିକେଟ ସଂଘ । ଏହି ମ୍ୟାଚ ଐତିହାସିକ ହେବ କାରଣ ଭାରତ ତାର ୧୦୦୦ତମ ମ୍ୟାଚ ଖେଳିବାକୁ ଯାଉଛି । କିନ୍ତୁ କରୋନା ସ୍ଥିତିକୁ ଆଖି ଆଗରେ ରଖି ସବୁ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ସେହିପରି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ କୋଲକାତାର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ତେଣୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଗାଇଡଲାଇନ ଆଣିଛନ୍ତି । ଗାଇଡଲାଇନ ଅନୁସାରେ ୭୫ ପ୍ରତିଶତ ଅର୍ଥାତ ପାଖାପାଖି ୫୦ ହଜାର ଦର୍ଶକରେ ମ୍ୟାଚ ଆୟୋଜନ ହେବ ।