ବଜେଟ ୨୦୨୨-୨୩, ଜାଣନ୍ତୁ କଣ ହେବ ଶସ୍ତା

ନୂଆଦିଲ୍ଲୀ, ୧/୨: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସବୁ ଦିଗକୁ ଗୁରୁତ୍ବ ଦିଆଯାଇଛି । ଏହାସହ ଶସ୍ତା ହେବ ଷ୍ଟିଲ ଓ ଇମିଟେସନ ଗହଣା। ବିଦେଶରୁ ଆମଦାନୀ ମେସିନ ଶସ୍ତା ହେବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଚମଡ଼ା ସାମଗ୍ରୀ, କପଡ଼ା, ହୀରା ଗହଣା ଓ ରତ୍ନପଥର ଶସ୍ତା ହେବ। ବିଦ୍ୟୁତ ଟ୍ରାନ୍‌ସଫର୍ମର ଓ ମୋବାଇଲ୍‌ ଫୋନ୍‌ ଏବଂ ଚାର୍ଜର ଶସ୍ତା ହେବ ବୋଲି ସୂଚନା ରହିଛି।