ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଜାରି ହେଲା ଏସଓପି

ଭୁବନେଶ୍ୱର, ୩୧/୧: ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର। ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ନୂଆ ଏସଓପି ଜାରି କରାଯାଇଛି। ସକାଳ ୬ଟାରୁ ରାତି ୯ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହାସହ ଫଟୋ ପରିଚୟ ପତ୍ର, ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଆବଶ୍ୟକ।କିମ୍ବା ଦୁଇଟି ଡୋଜ୍ ସମ୍ପୂର୍ଣ୍ଣ ଟିକାକରଣର ପ୍ରମାଣପତ୍ର ଦେଖାଇପାରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ଯାଞ୍ଚ କଡ଼ାକଡ଼ି ହେବା ନେଇ ସୂଚନା ରହିଛି।