ଫେବୃଆରି ମାସ ପାଇଁ ଆସିଲା ଗାଇଡଲାଇନ, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୧/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ଟିକେ କମିଛି। ଏହାରିମଧ୍ୟରେ ରାଜ୍ୟ ସରକାର ଫେବୃଆରି ମାସ ପାଇଁ ଗାଇଡଲାଇନ ଜାରି କରିିଛନ୍ତି। ନାଇଟ କର୍ଫ୍ୟୁ କୋହଳ କରାଯାଇଛି। ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ଫିଲ୍ମ ହଲ୍, ସୁଇମିଂ ପୁଲ୍, ସପିଂ ମଲରେ ଥିବା କଟକଣାକୁ ହଟେଇ ଦିଆଯାଇଛି। ଶିକ୍ଷାଅନୁଷ୍ଠାନରେ ସରସ୍ବତୀ ପୂଜାକୁ ଅନୁମତି ରହିଛି। କିନ୍ତୁ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା।ଅନ୍ୟପକ୍ଷରେ ମାଘ ସପ୍ତମୀରେ ନଦୀ, ଜଳାଶୟରେ ବୁଡ ପକାଇବା ଉପରେ କଟକଣା ଲାଗୁ କରାଯାଇଥିବା ବେଳେ କିନ୍ତୁ ମନ୍ଦିରରେ ହୋଇପାରିବ ପୂଜାର୍ଚ୍ଚନା ।