ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ

ଭୁବନେଶ୍ୱର, ୩୧/୧: ରାଜ୍ୟରେ ଏବେ କଁ ରୋନା ସଂକ୍ରମଣ ଟିକେ କମିଛି। ତେଣୁ ଶ୍ରୀମନ୍ଦିର ଖୋଲିବ ନେଇ ଛତିଶା ନିଯୋଗ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ  ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଖୋଲିବ ଓ ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ। ସକାଳ ୬ରୁ ରାତି ୯ ଯାଏ ଦର୍ଶନ କରିବାକୁ ଅନୁମତି ମିଳିଛି। ସିଂହଦ୍ଵାର ପଟେ ପ୍ରବେଶ କରିବେ ସାଧାରଣ ଭକ୍ତ ଓ ପଶ୍ଚିମ ଦ୍ବାର ପଟୁ ପ୍ରବେଶ କରିବେ ପୁରୀବାସୀ । ଏନେଇ ପୁଲିସ ଓ ପ୍ରସାଶନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦ ଦିନ ଧରି ବନ୍ଦ ଥିଲା ଶ୍ରୀମନ୍ଦିର।