ଓଡ଼ିଶା ହାଇକୋର୍ଟରେ ୪ ନୂଆ ବିଚାରପତି

ଭୁବନେଶ୍ୱର, ୩୧/୧: ଓଡ଼ିଶା ହାଇକୋର୍ଟରେ ୪ ଆଡଭୋକେଟ ହେବେ ନୂଆ ବିଚାରପତି। ୪ ଜଣଙ୍କ ନାଁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ସେମାନେ ହେଉଛନ୍ତି ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରି। ଏମାନ ଙ୍କ ନାମ ସୁପାରିସ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ୨୯ ତାରିଖରେ ବସିଥିବା କଲେଜିୟମ ବୈଠକ ରେ ସେମାନଙ୍କ ନାମ ସୁପାରିସ କରାଯାଇଥିଲା।