ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ, ୩୧/୧: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି।  ଭଭୟ ଗୃହକୁ ସମ୍ବୋଧନ କରି ଅଭିଭାଷଣ ରଖୀଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ ମୋ ସରକାର ଆଗାମୀ ୨୫ବର୍ଷକୁ ଆଖି ଆଗରେ ରଖି କାମ କରୁଛି ।କରୋନାର କଠିନ ପରିସ୍ଥିତିରେ ଦେଶରେ ଯେପରି କେହି ଭୋକରେ ନ ରହୁ ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି।

ସେହିପରି ଅନ୍ୟପଟେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ସଂସଦରେ ଭଲ ମନରେ ଚର୍ଚ୍ଚା ଲାଗି ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି। ନିର୍ବାଚନ ଆସିବ ଯିବ, କିନ୍ତୁ ଏହାର ପ୍ରଭାବ ସଂସଦୀୟ ଚର୍ଚ୍ଚା ଅବା ସଂସଦୀୟ କାର୍ଯ୍ୟରେ ନ ପଡୁ ବୋଲି ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ।