କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ, ୨୦/୧୧: ଚଣ୍ଡିଗଡ଼ର PGIରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି। ହରିଆଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଙ୍କ ଠାରେ ଟିକା ପରୀକ୍ଷଣ କରାଯାଇଛି। ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ। ଅନ୍ୟପଟେ ୪୨ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ୨ଟି ପର୍ଯ୍ୟାୟର ପରୀକ୍ଷଣ ସଫଳ ହୋଇଛି ।