ପଞ୍ଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର, ୩୦/୧: ପଞ୍ଚାୟତ ନିର୍ବାଚନ ନେଇ ଏବେ ରାଜ୍ୟରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି। ପଞ୍ଚାୟତ ନିର୍ବାଚନରେ ନିଶା କାରବାର  ରୋକିବାକୁ ଅବକାରୀ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରିମଧ୍ୟରେ ନିଶା କାରବାର ରୋକିବାକୁ ଜାନୁଆରିରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ୯୦,୬୮୮ ଲିଟର ଦେଶୀ ମଦ ଜବତ ହେବା ସହ ୩୧୪୩ଟି ମାମଲା ରୁଜୁ ଓ ୨୫୯୭ ଜଣ ଗିରଫ ହୋଇଛନ୍ତି। ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସ୍‌ମିଟ୍‌ କରି ଏହି ସୂଚନା ଦେଇଛନ୍ତି।

ସେହିପରି ୮,୧୮,୧୫୦ ଲିଟର ପୋଚ‌ ନଷ୍ଟ କରାଯାଇଛି।
୪୯୫୧ କେଜି ଗଞ୍ଜେଇ, ୧୦୬୧ ଗ୍ରାମର ବ୍ରାଉନ୍‌ସୁଗାର, ୯୫୮ କେଜି ଭାଙ୍ଗ, ୫୫୯ ଲିଟର ନକଲି ମଦ, ୯୭୫ ଲିଟର ବେଆଇନ ମଦ, ୪୫୭୭ ଲିଟର ଆସ୍କା ଫୋର୍ଟି ଓ ୧୭୩ଟି ଗାଡ଼ି ଜବତ ହୋଇଛି। ମୋଟ‌ ଜବତ ସାମଗ୍ରୀର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା ହେବ।