ବଢୁଛି ଥଣ୍ଡା, ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା

ଭୁବନେଶ୍ୱର, ୩୦/୧: ରାଜ୍ୟରେ ଏବେ ଶୀତ ଲହରୀ ଥିବା ବେଳେ ପାଗ ଶୁଖିଲା ରହିଛି। ଗତକାଲି ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା  ଥିଲା। ୬.୨ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ସେହିିିପରି କେନ୍ଦୁଝର ୬.୪ଂ, ଦାରିଙ୍ଗବାଡ଼ି ୭ଂ, ଝାରସୁଗୁଡ଼ା ୭.୬ଂ, ସୋନପୁର ୭.୯ଂ, ବୌଦ୍ଧ ୮.୫ଂ, ଭବାନୀପାଟଣା ଓ କୋରାପୁଟ ୯ଂ, ବଲାଙ୍ଗିର ୯.୫ଂ, ହୀରାକୁଦ ତାପମାତ୍ରା ୯.୬ଂ ରହିଛି। ଅନ୍ୟପଟେ ଭୁବନେଶ୍ୱରରେ ୧୧.୨ଂ, କଟକରେ ୧୧.୬ଂ  ତାପମାତ୍ରା ଥିଲା।