ରାଜ୍ୟରେ ୩୦ଭାଗ ଡେଲ୍‌ଟା ଭାରିଆଣ୍ଟରେ ସଂକ୍ରମିତ

ଭୁବନେଶ୍ୱର, ୨୯/୧: ରାଜ୍ୟରେ ଏବେ ଧୀରେ ଧୀରେ ସଂକ୍ରମଣ କମୁଛି। ଏହାରିମଧ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଓମିକ୍ରନ ସହ ୩୦% ଡେଲ୍‌ଟା ସଂକ୍ରମିତ ଅଛନ୍ତି। ନମୁନା ସର୍ଭେ ଆଧାରରେ ଏହା ଜଣାପଡିଛି। ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନି। ତେଣୁ ଟିକା ନେବା ସହ ମାସ୍କ, ସାମାଜିକ ଦୂରତା ଓ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।