ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ଟି ସହର

ଭୁବନେଶ୍ୱର, ୨୯/୧: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ପାଗ ଶୁଖିଲା ରହିଛି। ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡ଼ି ଓ ଫୁଲବାଣୀ ଆଜିର ଥଣ୍ଡା ସହର। କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୮ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ା ୮.୪, କୋରାପୁଟ, ନୟାଗଡ଼, ବଲାଙ୍ଗିର ଓ ଅନୁଗୁଳରେ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିଅସ ରହିଛି।