ଭକ୍ତଙ୍କ ପାଇଁ ଖୁସି ଖବର, ଫେବ୍ରୁଆରି ୧ରୁ ଖୋଲିବ ପୁରୀ ଶ୍ରୀମନ୍ଦିର

ପୁରୀ, ୨୮/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଫେବ୍ରୁଆରି ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର। ପୂର୍ବ ପରି କେବଳ ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିପାରିବେ ପୁରୀ ସହରବାସୀ । ଅନ୍ୟମାନେ ପୂର୍ବ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ସ୍ବର୍ଗଦ୍ବାରରେ ସବୁ ଜିଲ୍ଲାର ଲୋକମାନଙ୍କ ଅନ୍ତିମକ୍ରିୟା କରିହେବ । କୋଭିଡ୍‌ରେ ମୃତ୍ୟୁ ହୋଇ ନ ଥିଲେ କରିହେବ ଶେଷକୃତ୍ୟ । ଛତିଶା ନିଯୋଗ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।

ଉଲ୍ଲେଖଯୋଗ୍ୟ ଯେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ  ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ  ହୋଇଥିଲା। ଶ୍ରୀମନ୍ଦିରର କୋଭିଡ ମାର୍ଗଦର୍ଶିକାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଭିନ୍ନ ନିଯୋଗର ପ୍ରତିନିଧି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ରହିିଥିଲେ । ଜାନୁଆରି ୩୧ ଯାଏ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗୁଥିଲା।