ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମତି

ଭୁବନେଶ୍ୱର, ୨୮/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏହାରିମଧ୍ୟରେ ଏକ ଖୁସିଖବର ସାମ୍ନାକୁ ଆସିଛି। ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମତି ମିଳିଛି। ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ IMCOV-AGକୁ ଭୁବନେଶ୍ବର ଇମ୍‌ଜେନେକ୍ସ ଇଣ୍ଡିଆ ଲିମିଟେଡ୍‌ କିଟ୍‌ ପ୍ରସ୍ତୁତ କରିଛି। ଭୁବନେଶ୍ବର RMRC-ଇମ୍‌ଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି।