ହାତରେ ନୁହେଁ ନାକରେ ଦିଆଯିବ ବୁଷ୍ଟର ଡୋଜ୍ ଟିକା

ଭୁବନେଶ୍ୱର, ୨୮/୧: ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିଛି। ଏହାସହ ସମସ୍ତଙ୍କୁ ଘାରିଛି କଁରୋନା ନୂଆ ପ୍ରଜାତି ଓମିକ୍ରନ। ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର ଜାରି ରଖାଯାଇଛି। ଏହାରିମଧ୍ୟରେ ବୁଷ୍ଟର ଡୋଜ୍‌ ଟିକା  ନାକରେ ଦିଆଯିବ ବୋଲି ଜଣାପଡିଛି। ପରୀକ୍ଷା ନିରୀକ୍ଷା ପାଇଁ ଭାରତ ବାୟୋଟେକ୍‌କୁ ମିଳିଲା ଅନୁମତି ମିିଳିଛି। ଏହାକୁ ଅନୁମତି ଦେଇଛନ୍ତି ଭାରତୀୟ ଡ୍ରଗ୍‌ସ ମହାନିୟନ୍ତ୍ରକ। ସୂଚନାଯୋଗ୍ୟ ଯେ ଦେଶର ୯ଟି ସ୍ଥାନରେ ଟିକାର ପରୀକ୍ଷଣ କରିବ ଭାରତ ବାୟୋଟେକ୍‌।