ଦେଶରେ କୋଭିଡ କଟକଣା ଅବଧି ବୃଦ୍ଧି

ନୂଆଦିଲ୍ଲୀ, ୨୭/୧: ଦେଶରେ ସଂକ୍ରମଣ କିଛି ମାତ୍ରାରେ କମିଥିଲେ ମଧ୍ୟ ବିପଦ ଏଯାଏଁ ଟଳି ନି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ କଟକଣା ଅବଧି ଫେବ୍ରୁଆରି ୨୮ ଯାଏ ବୃଦ୍ଧି ପାଇଛି। ୨୨ ଲକ୍ଷରୁ ଅଧିକ କୋଭିଡ ରୋଗୀ ଚିକିତ୍ସାଧୀନ ଥିବାରୁ କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ
ସବୁ ରାଜ୍ୟକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଚିଠି ଲେଖିଛନ୍ତି। ଏହି ସମୟରେ କୋଭିଡ ମୁକାବିଲାର ପଞ୍ଚସୂତ୍ରୀ କୌଶଳ -ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, ଟିକାକରଣ ଓ କୋଭିଡ ନିୟମ ପାଳନ ଆପଣାଇବାକୁ ପରାମର୍ଶ ଦିଆଯାଇଛି।