ପଞ୍ଚାୟତ ନିର୍ବାଚନ: ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର, ୨୭/୧: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି।ଏହାରିମଧ୍ୟରେ ଆଜି ରାଜ୍ୟର ୮୫୨ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିଯାଇଛି। ବିଜେଡିର ୮୫୧, ବିଜେପିର ୮୪୮ ଓ କଂଗ୍ରେସର ୮୩୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ। ସେହିପରି  ବିଏସ୍‌ପି-୧୫୯, ସିପିଆଇ-୩୮, CPIM-୭୨ ଜଣ ପ୍ରାର୍ଥୀ
ନିର୍ବାଚନ ରଣାଙ୍ଗନରେ ଆମ୍‌ ଆଦ୍‌ମୀ ପାର୍ଟିରୁ ୩୨ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୪୭ ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଭାବେ ୨୯୮ ଜଣ, ଅନ୍ୟାନ୍ୟ ଦଳରୁ ୨୨୬ ପ୍ରାର୍ଥୀ ଲଢ଼ିବେ। ସମୁୁଦାୟ ମଇଦାନରେ ଲଢ଼ିବେ ୩୪୦୭ ପ୍ରାର୍ଥୀ।