ଭାବବିହ୍ବଳିତ ହୋଇ କାନ୍ଦି ପକାଇଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର, ୨୭/୧: ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ହେଉଥିଲା। ଏହି ପ୍ରସଙ୍ଗରେ ଭାବବିହ୍ବଳିତ ହୋଇ ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି ପକାଇଲେ। ସେ କହିଛନ୍ତି ୨୦୨୪ ନିର୍ବାଚନରେ ଲଢିବିନି କିନ୍ତୁ।ରାଜନୀତିରୁ ଦୁରେଇ ନାହିଁ, ରାଜନୀତିରେ ଥିଲି, ଅଛି, ରହିଥିବି । ଅନ୍ୟପଟେ ନିଜ ଦଳର କିଛି ନେତାଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଛନ୍ତି ଯେ ଯେଉଁମାନେ ବେପାରରେ ଅଛନ୍ତି, ସେମାନେ ଡିଲ କରିବେ ମୋର ଖଣି କିମ୍ବା ଖବରକାଗଜ ନାହିଁ।
ମୋ ପାଖରେ ଦସ୍ତାବିଜ ଅଛି ଓ ଭୋଟ ପରେ ଗୁମର ଖୋଲିବେ ବୋଲି ସେ କହିଛନ୍ତି।