ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ସୂଚନା

ଭୁବନେଶ୍ୱର,୨୭/୧: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ସଂକ୍ରମଣ ବଢ଼ିଛି। ଏହାରିମଧ୍ୟରେ କରୋନା ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଛି। ଅନ୍ୟପଟେ ସଂକ୍ରମଣ ତଳମୁହାଁ ରହିଛି। ପ୍ରତିଦିନ ୫ରୁ ୬ ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ଟ୍ରାନ୍ସମିଶନ ଅଧିକ ରହିଛି ଓ ବେସ୍ ଲାଇନ୍ ଆସିବା ଦରକାର ବୋଲି ସେ କହିଛନ୍ତି। ଏବେ ବି ସତର୍କତା ଅବଲମ୍ବନ ଜରୁରୀ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।