ବିପୁଳ ପରିମାଣର ନକଲି ଵିଦେଶୀ ମଦ ଜବତ

ଭୁବନେଶ୍ୱର, ୨୬/୧: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ବଢି ଚାଲିଛି ନିଶାଦ୍ରବ୍ୟ ଚୋରା ଚାଲାଣ। ଏହାରିମଧ୍ୟରେ ଆଜି ସମ୍ବଲପୁର ସହରର ପାନପୋଷ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଵିଦେଶୀ ମଦ ଜବତ କରିଛି ଅବକାରୀ ଗୁଇନ୍ଦା ପୋଲିସ। ଏହାପରେ ଘଟଣାସ୍ଥଳରୁ ବେପାରି ବିଶରାମ କୁଜୁରକୁ ଗିରଫ କରାଯାଇଛି। ତା ନିକଟରୁ ୮୩ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି। ବିଶରାମ ଝାରଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଯୋଗାଉଥିବା ସୂଚନା ରହିଛି।