୭୩ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୨୬/୧: ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ।  ଏହାରିମଧ୍ୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ସେଠାରେ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେଡ କମାଣ୍ଡାଣ୍ଡ କରୁଛନ୍ତି ଯୁବ IPS ରୋହିତ ବର୍ମା। ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଛନ୍ତି ୧୦ଟି କଣ୍ଟିଜେଣ୍ଟ।ପ୍ରଥମଥର ପାଇଁ ବିଏସ୍‌ଏଫ୍‌ ରାଜ୍ୟସ୍ତରୀୟ ପରେଡ୍‌ରେ ଅଂଶଗ୍ରହଣ କରିଛନ୍ତି।