୮ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି

ଭୁବନେଶ୍ୱର, ୨୫/୧: ରାଜ୍ୟରେ ଏବେ ଥଣ୍ଡା ଟିକେ କମିଛି। ଏହାସହ ପାଗ ମଧ୍ୟ ଶୁଖିଲା ଅଛି। କିନ୍ତୁ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଏହାରିମଧ୍ୟରେ ଆଜି ରାତି ଏବଂ ଆସନ୍ତାକାଲି ସକାଳ ପାଇଁ ୮ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି କରିିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ସେହି ୮ ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା।