ଜାନୁଆରି ୨୬ ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର, ୨୫/୧: ଆସନ୍ତାକାଲି ସାରା ଦେଶ ପାଳନ କରିବ ଗଣତନ୍ତ୍ର ଦିବସ। ଏହି ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଘରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୫ ଜଣ ରହିପାରିବେ। ସେହିପରି ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ ଜଣ ରହିବାକୁ ଅନୁମତି ମିିଳିଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ସୂଚନଯୋଗ୍ୟ ଯେ ଏବେ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଛି। କିନ୍ତୁ ସମ୍ପୂର୍ଣ୍ଣ ବିପଦ ଟଳିନି। ପୁଣି ଅନ୍ୟପଟେ ରାଜ୍ୟରେ ଓମିକ୍ରନ ର ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛିମ ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଛି।