କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୫/୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
ବଲାଙ୍ଗିର ଆଗଲପୁର ବ୍ଲକ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।କିରାଣି ପ୍ରଫୁଲ୍ଲ ସାଙ୍କ ଘର ଓ ଅଫିସ୍‌ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ହୋଇଛି।ଗାନ୍ଧିନଗରପଡ଼ା ଓ ହାଟପଡ଼ା ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ୨ ଡିଏସ୍‌ପି, ୬ ଇନ୍‌ସପେକ୍ଟର ଓ ଜଣେ ଏଏସ୍‌ଆଇ ଚଢ଼ାଉ କରିଥିବା ସୂଚନା ମିଳିଛି।