ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୪/୧: ୨୦୨୨ରେ ଦେଶର ବହୁ ପିଲାମାନେ ପାଇଛନ୍ତି ସମ୍ମାନଜନକ ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏମାନଙ୍କ ଭିତରେ ଓଡ଼ିଶାରୁ ଅଛନ୍ତି ୧୫ ବର୍ଷୀୟା ବନିତା। ଓଡ଼ିଆ ଝିଅ ନବରଙ୍ଗପୁରର ବନିତା ଦାସଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପିଲାମାନେ କିଭଳି ଆଗକୁ ବଢିବେ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ।