ଓମିକ୍ରନ୍‌ କୁ ନେଇ ଆସିଲା ନୂଆ ତଥ୍ୟ, ଦେଶରେ ହୋଇଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ, ୨୩/୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ କୁ ନେଇ ଆସିଛି ନୂଆ ତଥ୍ୟ । ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି। ଦେଶରେ ବିଭିନ୍ନ ମେଟ୍ରୋ ସହରରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଛିି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଗଠିତ ଫୋରମ୍ INSACOGର ଏହି ବିସ୍ଫୋରକ ତଥ୍ୟ ଦେଇଛି। ଓମିକ୍ରନର ଉପ ପ୍ରଜାତି BA.2 ମଧ୍ୟ ଦେଶର କିଛି ସ୍ଥାନରେ ସଂକ୍ରମିତ କରିଥିବା ଆଶଙ୍କା ରହିିିଛି। ସୂଚନାଯୋଗ୍ୟ ଯେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।