କୋଭିଡ ମୁକାବିଲା ପାଇଁ ୫ଟି ଅସ୍ତ୍ର ଉପରେ ଫୋକସ

ଭୁବନେଶ୍ୱର, ୨୨/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାସହ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ ରାଜ୍ୟ ସରକାର କୋଭିଡ ଓ ଓମିକ୍ରନ ସଚେତନତା କାର୍ଯ୍ୟକ୍ରମ ରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା  ଦେଇଛନ୍ତି। ସେ କହିଛନ୍ତି ଯେ କୋଭିଡ ମୁକାବିଲାର ୫ଟି ଅସ୍ତ୍ରକୁ ସ୍ବାସ୍ଥ୍ୟ ବିଭାଗ ପ୍ରୟୋଗ କରୁଛି। ୫ ଅସ୍ତ୍ର ହେଉଛି ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, ଟିକାକରଣ ଓ କୋଭିଡ ନିୟମ ପାଳନ। କୋଭିଡ ଓ ଓମିକ୍ରନର ଚିକିତ୍ସା ପ୍ରଣାଳୀ ଭିନ୍ନ ନୁହେଁ, କେବଳ ଲକ୍ଷଣ ଅଲଗା ହୋଇପାରେ ବୋଲି ସେ କହିଛନ୍ତି।