କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା

ଭୁବନେଶ୍ୱର, ୨୨/୧: ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଟୀକାକରଣ ପ୍ରକ୍ରିୟା କୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ ଦେଶରେ ଟିକାକରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ଗାଇଡଲାଇନ ଜାରି କରାଯାଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା। ପ୍ରିକସନ ଡୋଜ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ଏନେଇ ସବୁ ରାଜ୍ୟକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।