ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର, ୨୧/୧: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ  ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ତେଣୁ ଏହି ସାଧାରଣତନ୍ତ୍ର ଦିବସ ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ତାଲିକା ଆସିିିଛି। ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ କଟକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବେ। ସେହିପରି ନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାୟଗଡ଼ା- ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବାଲେଶ୍ବର- ମନ୍ତ୍ରୀ ଅଶୋକ ପଣ୍ଡା, କେନ୍ଦ୍ରାପଡ଼ା- ମନ୍ତ୍ରୀ ସମୀର ଦାଶ, କନ୍ଧମାଳ- ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜଗତସିଂହପୁର- ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୁରୀ- ମନ୍ତ୍ରୀ ରଘୁନନ୍ଦନ ଦାସ, ବରଗଡ଼- ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳ- ମନ୍ତ୍ରୀ ପ୍ରତାପ ଜେନା, ସୁବର୍ଣ୍ଣପୁର- ମନ୍ତ୍ରୀ ଅରୁଣ ସାହୁ, କେନ୍ଦୁଝର- ମନ୍ତ୍ରୀ ସୁଦାମ ମାର୍‌ଣ୍ଡି, ସୁନ୍ଦରଗଡ଼- ମନ୍ତ୍ରୀ ସୁଶାନ୍ତ ସିଂହ, ନୂଆପଡ଼ା- ମନ୍ତ୍ରୀ ନବ ଦାସ, ଗଞ୍ଜାମ- ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରି- ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର- ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ- ମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ଆର୍‌ଡିସି ପତାକା ଉତ୍ତୋଳନ କରିବେ।