କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ କୋଭିଡ ଗାଇଡ୍‌ଲାଇନ ଜାରି, ଜାଣନ୍ତୁ କଣ ରହିଛି କଟକଣା

ନୂଆଦିଲ୍ଲୀ, ୨୧/୧: ଦେଶ ଓ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ କୋଭିଡ ଗାଇଡ୍‌ଲାଇନ ଜାରି ହୋଇଛି। ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ନୁହେଁ। କିିନ୍ତୁ ବାପା-ମାଆଙ୍କ ନିରୀକ୍ଷଣରେ ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧିପାରିବେ। ସେହିପରି ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଆଣ୍ଟିଭାଇରାଲ ବ୍ୟବହାର ଅନୁମତି ନାହିଁ। ଏହାସହ ମନୋକ୍ଲୋନୋଲ ଆଣ୍ଟିବଡିର ବ୍ୟବହାର ପାଇଁ ବି ମନା କରାଯାଇଛି। ଷ୍ଟେରଏଡ ଜରୁରୀ ହେଲେ ଅତିବେଶୀରେ ୧୪ ଦିନ ଯାଏ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।