ହେଲ୍‌ମେଟ ପିନ୍ଧି ନଥିଲେ ବାତିଲ ହେବ ଡ଼ିଏଲ

ଭୁବନେଶ୍ୱର, ୧୯/୧୧: ହେଲ୍‌ମେଟ ପିନ୍ଧି ନଥିଲେ ଚାଳକଙ୍କ DL ବାତିଲ ହେବ। ଖିଲାପୀ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ରଦ୍ଧ ହେବ। ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ DGPଙ୍କୁ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ।

DL ବାତିଲ ର ଜିଲ୍ଲାୱାରି ରିପୋର୍ଟ ୭ ଦିନରେ ଦାଖଲ ପାଇଁ ଚିଠି ଲେଖାଯାଇଛି। ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏ ଖିଲାପର ରିପୋର୍ଟ ଦେବେ DGP। ସୁପ୍ରିମ୍‌ କୋର୍ଟ କମିଟିରେ DL ବାତିଲ ର ବିସ୍ତୃତ ରିପୋର୍ଟ ଦାଖଲ ହେବ।