ପଞ୍ଚାୟତ ନିର୍ବାଚନ: ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରଦିନ ଯାଏ ମଦ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର, ୧୯/୧: ଆଗକୁ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ସରଗରମ ହେବାରେ ଲାଗିଛି ରାଜନୀତି। ଏହାରିମଧ୍ୟରେ ରାଜ୍ୟ ନିର୍ବାଚନ କମିସନର ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଠାରେ ଭୋଟ ଗ୍ରହଣ ହେବ ସେଠି ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରଦିନ ଯାଏ ମଦ ସମ୍ପୂର୍ଣ୍ଣ ନିଷେଧ ହେବ।ଉକ୍ତ ଅଞ୍ଚଳରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନରେ ମଦକୁ ଅନୁମତି ନାହିଁ। ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍‌ ନିକଟରେ ବୁଲିବା ହେବ ନାହିଁ। ଫେବ୍ରୁଆରି ୧୪ରୁ ମାର୍ଚ ୧ ଯାଏ ଅନୁମତି ନଥିବା ଲୋକଙ୍କୁ ବୁଥ ନିକଟକୁ ଯିବାକୁ ବାରଣ ହୋଇଥିବା ବେଳେ କେବଳ ନିର୍ବାଚନ ଅଧିକାରୀ, ପୁଲିଂ ଅଧିକାରୀ, ପୋଲିସକୁ ବୁଥ ନିକଟକୁ ଯିବାକୁ ଅନୁମତି ଥିବା ସୂଚନା ରହିଛି।