ସଂକ୍ରମଣ ରୋକିବାକୁ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ, ୧୮/୧: ଦେଶ ଓ ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁ ଆଡେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା। ତେଣୁ ସଂକ୍ରମଣ ରୋକିବାକୁ ଟେଷ୍ଟିଂ ବଢ଼ାଇବା ନେଇ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ଏହାସହ କିଛି ରାଜ୍ୟରେ ଟେଷ୍ଟିଂରେ ଢିଲା ଦିଆଯାଉଥିବାରୁ କେନ୍ଦ୍ର ଚିନ୍ତା ପ୍ରକଟ କରିଛି। ସଂକ୍ରମଣ ରୋକିବାକୁ ହଟସ୍ପଟ୍ ଚିହ୍ନଟ କରି କଣ୍ଟେନମେଣ୍ଟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।