ପଞ୍ଚାୟତ ନିର୍ବାଚନ, ବଢ଼ିଲା ନିର୍ବାଚନ କର୍ମଚାରୀଙ୍କ କ୍ଷତିପୂରଣ ସହାୟତା

ଭୁବନେଶ୍ୱର, ୧୮/୧: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏନେଇ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ  ନିର୍ବାଚନ କର୍ମଚାରୀଙ୍କ କ୍ଷତିପୂରଣ ସହାୟତା ବୃଦ୍ଧି ପାଇଛି। ନିର୍ବାଚନ ବେଳେ ହିଂସାରେ ବା କୋଭିଡରେ ମୃତ୍ୟୁ ହେଲେ ୩୦ ଲକ୍ଷ ମିଳିବ।  ସେହିପରି ନିର୍ବାଚନ ବେଳେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା ମିଳିବ। ଡ୍ୟୁଟିରେ ଥାଇ ସ୍ଥାୟୀ ଭାବେ ଅକର୍ମଣ୍ୟ ହେଲେ କର୍ମଚାରୀ ପାଇବେ ୭.୫ ଲକ୍ଷ ଟଙ୍କା।ଗୁରୁତର ଆହତ ହେଲେ କର୍ମଚାରୀ ସର୍ବାଧିକ ୨ ଲକ୍ଷ ଟଙ୍କା ପାଇବେ। ଏପରିକି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଡ୍ରାଇଭର ଓ ହେଲ୍‌ପର ବି  ସହାୟତା ପାଇବେ। ତେଣୁ ଏହି ସଂପର୍କିତ କାଗଜପତ୍ର ଓ ପ୍ରମାଣ ତ୍ବରିତ ଭାବେ ଯୋଗାଇବାକୁ କମିସନ ନିର୍ଦେଶ ଦେଇଛନ୍ତି। ଯଦି କାଗଜପତ୍ର ଯୋଗାଣରେ ବିଳମ୍ବ ହେବ ତେବେ ଉପରିସ୍ଥ ଅଧିକାରୀଙ୍କୁ  କଠୋର ଦଣ୍ଡ ଦିଆଯିବ।