ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ କଲେ ୮ ହଜାର ୭୭୨ ପ୍ରାର୍ଥୀ

ଭୁବନେଶ୍ୱର, ୧୭/୧: ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି। ଏହାସହ ଘରେ ଘରେ  ଚର୍ଚ୍ଚା ମଧ୍ୟ ଚାଲିଛି। ଏହାରିମଧ୍ୟରେ ନାମାଙ୍କନର ପ୍ରଥମ ଦିନରେ  ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୧୧୬ ୱାର୍ଡ ମେମ୍ବର, ୧ ହଜାର ୧୨୨ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି।