ଘୁଞ୍ଚିଲା ପଞ୍ଜାବ ନିର୍ବାଚନ, ଜାଣନ୍ତୁ କେବେ ହେବ ନିର୍ବାଚନ

ଭୁବନେଶ୍ୱର, ୧୭/୧: ପଞ୍ଜାବ ନିର୍ବାଚନକୁ ଘୁଞ୍ଚିଯାଇଛି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଫେବ୍ରୁଆରି ୨୦କୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିସନ। ଆସନ୍ତମାସ ୧୬ରେ ଗୁରୁ ରବିଦାସଙ୍କ ଜୟନ୍ତୀକୁ ନେଇ ଘୁଞ୍ଚିଛି ମତଦାନ ତାରିଖ। ଫେବ୍ରୁଆରି ୧୪ରେ ଗୋଟିଏ ପର୍ଯ୍ୟାୟରେ ହେବାର ଥିଲା ମତଦାନ। ବହୁ ଭକ୍ତ ଜୟନ୍ତୀର ସପ୍ତାହେ ପୂର୍ବରୁ ବାରାଣସୀର ଗୁରୁ ରବିଦାସଙ୍କ ପୀଠକୁ ଯାଉଥିବାରୁ ଭୋଟିଂ ତାରିଖ ବଦଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳ ମତଦାନ ତାରିଖ ଘୁଞ୍ଚାଇବାକୁ ଆବେଦନ କରାଯାଇଥିଲା। ବିଭିନ୍ନ ଦଳର ଦାବି ଉପରେ ବିଚାରବିମର୍ଶ କରି ନିଷ୍ପତ୍ତି ନେଇଛନ୍ତିି ଭାରତୀୟ ନିର୍ବାଚନ କମିସନ।