ଏମ୍‌ସର ୨୫୦ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର, ୧୭/୧: ରାଜ୍ୟରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ। ଏହାରିମଧ୍ୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍‌ସର ୨୫୦ ଜଣ କର୍ମଚାରୀ କରୋନାରେ ସଂକ୍ରମିତ  ହୋଇଥିବା ଜଣାପଡିଛି। ଏମ୍‌ସର ୮୦୦ କର୍ମଚାରୀ ମଧ୍ୟରୁ ୨୫୦ ଜଣଙ୍କୁ କରୋନା ହୋଇଛି। ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିଠୁ OPD ବା ବହିଃରୋଗୀ ଚିକିତ୍ସା ସେବା ବନ୍ଦ କରାଯାଇଛି। ଅନ୍ୟପକ୍ଷରେ କେବଳ ପୂର୍ବରୁ ପଞ୍ଜୀକୃତ ରୋଗୀ ହସ୍ପିଟାଲକୁ ଆସିପାରିବେ। ଜରୁରୀ ସେବା ବ୍ୟତୀତ ଅନ୍ୟ ଚିକିତ୍ସା ପାଇଁ ଟେଲି ମେଡିସିନ ସେବା ଉପଲବ୍ଧ ରହିଛି।