ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ୍ କମିଛି ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର,୧୭/୧: ରାଜ୍ୟରେ ଏବେ ୧୦ହଜାର ଉପରେ ରହିଛି କରୋନା ସଂକ୍ରମଣ। ଏହାରିମଧ୍ୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ୍ କମିଛି। ଏହାସହ ଗ୍ରୋଥ୍ ରେଟ୍ ବି କମିଛି । ବର୍ତ୍ତମାନ ୭୫ ହଜାର ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨ ଶହ ହସ୍ପିଟାଲାଇଜେସନ ରହିଛନ୍ତି।ଆଜି ସଂକ୍ରମଣ କମ୍ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି କିଛି ଆକଳନ କରିହେବନି ବୋଲି ସେ କହିଛନ୍ତି।