ପଞ୍ଚାୟତ ନିର୍ବାଚନ ପରିଚାଳନା ଲାଗି ରାଜ୍ୟ ବିଜେପିର କମିଟି ଘୋଷଣା

ଭୁବନେଶ୍ୱର, ୧୬/୧: ଅଳ୍ପ କିଛି ଦିନ ଗଲେ ପଞ୍ଚାୟତ ନିର୍ବାଚନ। ଏନେଇ ରାଜନୀତି ମାହୋଲ ଏବେ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପରିଚାଳନା ଲାଗି ରାଜ୍ୟ ବିଜେପି ୭ ଜଣିଆ ପରିଚାଳନା କମିଟି ଘୋଷଣା କରିଛି । ଏହି ୭ ଜଣିଆ ପରିଚାଳନା କମିଟି ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କମିଟିରେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ସଦସ୍ୟ ରହିିଛନ୍ତି ।