ଆସନ୍ତାକାଲିଠୁ ରାଜ୍ୟରେ ୩ ଦିନ ଯାଏ ଘନ କୁହୁଡ଼ି ନେଇ ସତର୍କତା ଜାରି

ଭୁବନେଶ୍ୱର, ୧୬/୧: ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭବ ହେଉଛି। ଏହାସହ ଦୁଇ ତିନିଦିନ ପୂର୍ବେ ବର୍ଷା ମଧ୍ୟ ହେଉଥିଲା। ଯାହାଫଳରେ ଶୀତ ର ପ୍ରକୋପ ଟିକେ ବଢ଼ିଛି। ଏହାରିମଧ୍ୟରେ ଆସନ୍ତାକାଲି ଠାରୁ ରାଜ୍ୟରେ ୩ ଦିନ ଯାଏ ଘନ କୁହୁଡ଼ି ହେବା ନେଇ ସୂଚନା ମିଳିଛି। ସାରା ରାଜ୍ୟରେ ୩ ଦିନ ଯାଏ ଘନ କୁହୁଡ଼ି ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।