ଅଟୋ ସହିତ ବାଇକ୍‌ର ଧକ୍କା, ଜଣେ ମୃତ ଓ ୭ ଗୁରୁତର

ଭୁବନେଶ୍ୱର, ୧୬/୧: ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ ଅଡ଼ବା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ସିରିଜ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି । ଏହାସହ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ଦୁଇଟି ଅଟୋ ସହିତ ବାଇକ୍‌ର ଧକ୍କା ହୋଇଛି। ବାଇକ ଚାଳକ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା କରିଥିବା ସୂଚନା ରହିଛିି।