୪ ବରିଷ୍ଠ ଆଇଏଏସ୍ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୫/୧: ୧୯୯୧ ବ୍ୟାଚର ୪ ବରିଷ୍ଠ ଆଇଏଏସ୍ ହୋଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିିିବ। ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରାଙ୍କୁ ପଦୋନ୍ନତି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ମିଳିଥିବା ସୂଚନା ରହିଛି।