ରାଜ୍ୟରେ ପୁଣି ଆଜି ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୫/୧: ରାଜ୍ୟରେ ଏବେ ଘାରିଛି ଓମିକ୍ରନ ଭୟ। ଏହାସହ ଦ୍ରୁତଗତିରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାରିମଧ୍ୟରେ ରାଜ୍ୟରେ ପୁଣି ଆଜି ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଓମିକ୍ରନ୍ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ ଯେ ରାଜ୍ୟରେ ଗତ ୧୨ ତାରିିିଖ ଦିନ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।