ରାଜ୍ୟରେ ଆଜି ଦିନକରେ ଆଉ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୫/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୨୯୩ ଓ ସ୍ଥାନୀୟ ଅଞ୍ଚଳରୁ ୪୫୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୨୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୨,୭୩୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୫୨,୩୯୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୧,୮୦୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।