CDSଙ୍କ ହେଲିକପ୍ଟର କ୍ରାଶ ଘଟଣା, ଆସିଲା ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ, ୧୪/୧: ସିଡିଏସ୍‌ଙ୍କ ହେଲିକପ୍ଟର କେମିତି କ୍ରାଶ ହୋଇଥିଲା ସେନେଇ ଆଜି ତଦନ୍ତ ରିପୋର୍ଟ ଆସିଛି। ଖରାପ ପାଗ ଯୋଗୁଁ କ୍ରାସ୍ ହୋଇଥିଲା CDSଙ୍କ ହେଲିକପ୍ଟର।  ଯାନ୍ତ୍ରିକ ତ୍ରୁଟି, ଅବହେଳା ଓ ଷଡ଼ଯନ୍ତ୍ରକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ହଠାତ୍ ପାଣିପାଗର ପରିବର୍ତ୍ତନ ଯୋଗୁଁ ମେଘ ଖଣ୍ଡ ଭିତରକୁ ପ୍ରବେଶ କରିଥିଲା ହେଲିକପ୍ଟର। ଯାହାଫଳରେ ଦୁର୍ଘଟଣା ହୋଇଥିଲା।

ସୂଚନାଯୋଗ୍ୟ ଯେ ୨୦୨୧ ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା । ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର କେମିତି କ୍ରାଶ ହୋଇଥିଲା, ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି ।