କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା

ଭୁବନେଶ୍ୱର, ୧୪/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବହୁ ନେତା କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଏହାରିମଧ୍ୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ପରୀକ୍ଷାରୁ ସାମାନ୍ୟ ଲକ୍ଷଣଯୁକ୍ତ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ  ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରୁଛି ।