ଅଧିକ ସତର୍କ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩/୧: କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଏହା ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବ ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧୪ ଲକ୍ଷ ଟପିଛି । ତେଣୁ ଅଧିକ ସତର୍କ ରହିବାକୁ ପଡ଼ିବ।

ବିଶେଷ କରି ପୂଜା, ପାର୍ବଣରେ ଭିଡ଼ ନଜମାଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ବ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।